ବାହଓଲ୍ଲହ୍ଙ୍କ ପରିଦର୍ଶନ ସ୍ମୃତିଫଳକ (#15623)

*(ଏହି ଫଳକଲିପି ବାହଓଲ୍ଲହ୍ ଏବଂ ମହାତ୍ମା ବାବ୍ଙ୍କ ସମାଧିପୀଠରେ ପାଠ କରାଯାଏ । ସେମାନଙ୍କର ବାର୍ଷିକୋବ ପାଳନ କରିବା ପାଇଁ ଏହି ପ୍ରାର୍ଥନାଗୁଡ଼ିକ ଅଧିକାଂଶ ସମୟରେ ବ୍ୟବହୃତ ହୋଇଥାଏ ।) 

ହେ ମହିମାମୟ ଅବତାର, ଚିରନ୍ତନତାର ଅଧିପତି, ସ୍ୱର୍ଗ ଏବଂ ର୍ମ୍ୟବାସୀ ସମସ୍ତଙ୍କ ପ୍ରଭୁ ! ତୁମ ସୁମହାନ୍ ବ୍ୟକ୍ତିତ୍ୱରୁ ଉଦ୍ଭୂତ ମହନୀୟତା, ତୁମ ତେଜିୟାନ୍ ସୌନ୍ଦର୍ଯ୍ୟରୁ ବିଚ୍ଛୁରିତ ମହିମା ତୁମଠାରେ ହିଁ ଅବସ୍ଥାପିତ । ମୁଁ ସ୍ୱୀକାର କରୁଛୁ, ଯେ, ତୁମ ଦ୍ୱାରା ଈଶ୍ୱରଙ୍କର ଏବଂ ତାଙ୍କ ସାମ୍ରାଜ୍ୟର ସାର୍ବଭୌମତ୍ୱ ତଥା ଈଶ୍ୱରଙ୍କ ମହନୀୟତା ଓ ମହତ୍ୱ ପ୍ରକାଶ ପାଇଛି । ପ୍ରାଚୀନ ଦୀପ୍ତିର ସୂର୍ଯ୍ୟ ତୁମ ଅପ୍ରତ୍ୟାହାରିତ ଆଜ୍ଞାର ସ୍ୱର୍ଗରେ ଆଲୋକ ବିକୀରଣ କରୁଛି ଏବଂ ଅଦୃଶ୍ୟଙ୍କର ସୌନ୍ଦର୍ଯ୍ୟ ସୃଷ୍ଟିର ଦିଗ୍ବଳୟରେ ଉଦ୍ଭାସିତ ହୋଇଛି । ଆହୁରି ମଧ୍ୟ ମୁଁ ସ୍ୱୀକାର କରୁଛି ଯେ, କେବଳ ତୁମ ଲେଖନୀ ଚାଳନାରେ ତୁମେ ସୃଷ୍ଟି ହୁଅ ତୁମର ଆଦେଶ କାର୍ଯ୍ୟକାରୀ ହୋଇଛି,     ଈଶ୍ୱରଙ୍କ ନିଗୂଢ଼ ରହସ୍ୟ ଉଦ୍ଘାଟିତ ହୋଇଛି ଏବଂ ସକଳ ସୃଷ୍ଟ ପଦାର୍ଥ ବାସ୍ତବତାରେ ପରିଣତ ହୋଇଛି ଓ ସକଳ ଧର୍ମ-ପ୍ରକାଶ ପ୍ରେରିତ ହୋଇଛି । 

ଆହୁରି ମଧ୍ୟ ମୁଁ ସାକ୍ଷ୍ୟ ଦେଉଛି ଯେ, ତୁମର ସୌନ୍ଦର୍ଯ୍ୟରେ ଆରାଧ୍ୟଙ୍କର ସୌନ୍ଦର୍ଯ୍ୟ ଉନ୍ମୋଚିତ ହୋଇଛି ଏବଂ ତୁମ ମୁଖମଳରେ ଆକାଙ୍କ୍ଷିତଙ୍କର ମୁଖ ପରିଷ୍ଫୁଟ ହୋଇଅଛି ଏବଂ ତୁମର ଗୋଟିଏ ମାତ୍ର ଶବ୍ଦ ଜରିଆରେ, ତୁମେ ସମସ୍ତ ସୃଷ୍ଟ ବସ୍ତୁମାନଙ୍କ ମଧ୍ୟରେ ନିଷ୍ପି କରିଛ ଯେ, ସେମାନଙ୍କ ମଧ୍ୟରେ ଯେଉଁମାନେ ତୁମର ଭକ୍ତ, ସେମାନେ ଗୌରବର ଶିଖରକୁ ଆରୋହଣ କରିବେ ଏବଂ ଯେଉଁମାନେ ଅବିଶ୍ୱସ୍ତ, ସେମାନେ ନିମ୍ନତମ ଗହ୍ୱରରେ ପତିତ ହେବେ । 

ମୁଁ ସାକ୍ଷ୍ୟ ଦେଉଛି ଯେ, ଯିଏ ତୁମଙ୍କୁ ଜାଣିପାରିଛି, ସେ ଈଶ୍ୱରଙ୍କୁ ଜାଣିଛି ଏବଂ ଯିଏ ତୁମର ସାନ୍ନିଧ୍ୟ ଲାଭ କରିଛି, ସେ ଈଶ୍ୱରଙ୍କ ନିକଟରେ ପହô ପାରିଛି । ତେଣୁ, ଯିଏ ତୁମ ଉପରେ ଓ ତୁମ ନିଦର୍ଶନରେ ବିଶ୍ୱାସ ସ୍ଥାପନ କରିଛି, ତୁମ ସାର୍ବଭୌମତ୍ୱ ନିକଟରେ ନିଜକୁ ଅବନତ କରିଛି, ତୁମର ସାକ୍ଷାତ ଲାଭକରି ଗୌରବାନ୍ୱିତ ହୋଇଛି, ତୁମ ଇଚ୍ଛାର ସୁ-ଆନନ୍ଦ ଲାଭ କରିଛି ତଥା ତୁମଙ୍କୁ ପରିବୃ କରି ତୁମ ସିଂହାସନ ସ୧ୁଖରେ ଦାୟମାନ ହୋଇଛି, ସେ ମହାନ୍     ଆଶୀର୍ବାଦ ଲାଭ କରିପାରିଛି । ଯିଏ ତୁମର ବିରୁଦ୍ଧାଚାରଣ କରିଛି, ତୁମକୁ ପ୍ରତ୍ୟାଖ୍ୟାନ କରିଛି, ତୁମ ସଂକେତକୁ ଅସ୍ୱୀକାର କରିଛି, ତୁମ ସାର୍ବଭୌମତ୍ୱର ବିରୋଧ କରିଛି, ତୁମ ବିପକ୍ଷରେ ଉତ୍ଥିତ ହୋଇଛି, ତୁମ ସ୧ୁଖରେ ଗର୍ବ ଆସ୍ଫାଳନ କରୁଛି, ତୁମ ପ୍ରାମାଣିକତାକୁ ବିତର୍କ କରୁଛି, ତୁମ ସାମ୍ରାଜ୍ୟ ତଥା ରାଜତ୍ୱ ଠାରୁ ପଳାୟନ କରିଛି ଏବଂ ତୁମ ର୍ନିେଶ ଦ୍ୱାରା ପବିତ୍ର ଫଳକଲିପିରେ ଲିପିବଦ୍ଧ ବିଧର୍ମୀମାନଙ୍କ ମଧ୍ୟରେ ଗଣିତ ହୋଇଛି, ତାଙ୍କୁ ଦୁର୍ଗତି ଗ୍ରାସ କରୁ । 

ହେ ମୋର ପ୍ରଭୁ ଓ ମୋର ପ୍ରିୟତମ ! ତୁମ ଦୟା ଓ ପ୍ରେମାନୁକମ୍ପାର ଦକ୍ଷିଣ ହସ୍ତରୁ ତୁମ ଅନୁଗ୍ରହର ପବିତ୍ର ଶ୍ୱାସ ମୋ ଉପରେ ବିତରଣ କର, ଯାହାଫଳରେ ତାହା ମୋତେ ମୋ ନିଜଠାରୁ ତଥା ସଂସାର ମଧ୍ୟରୁ ଟାଣିନେଇ ତୁମ ଉପସ୍ଥିତି ଓ ସାନ୍ନିଧ୍ୟର ଦରବାର ପ୍ରତି ଆକର୍ଷଣ କରିବ । ଯାହା ତୁମକୁ ଆନନ୍ଦ ଦିଏ, ତାହା ସମ୍ପନ୍ନ କରିବା ପାଇଁ ତୁମେ ସମର୍ଥ । ତୁମେ ବାସ୍ତବରେ ସର୍ବୋଚ୍ଚତମ ହୋଇ ରହିଆସିଛ । 

ଈଶ୍ୱରଙ୍କର ସ୍ମୃତି ଏବଂ ତାଙ୍କର ପ୍ରଶଂସା ତଥା ଈଶ୍ୱରଙ୍କର ମହିମା ଓ ତାଙ୍କର ପ୍ରଭା ତୁମଠାରେ ହିଁ ଅବସ୍ଥାପିତ, ହେ ସ୍ୱୟଂ ତୁମେ ଯିଏ     ହେଉଛ ତାଙ୍କର ସୌନ୍ଦର୍ଯ୍ୟ ! ମୁଁ ସାକ୍ଷୀ ଦେଉଛି ଯେ, ସୃଷ୍ଟିର ଚକ୍ଷୁ କେବେହେଲେ ତୁମପରି ଏକ ନିଷ୍ପେଷିତଙ୍କୁ ଦେଖିନାହିଁ । ତୁମେ ତୁମ ଜୀବନର ସମସ୍ତ ଦିନମାନଙ୍କରେ ଦୁଃଖ ର୍ଦୁଶା ସମୁଦ୍ରର ଅତଳ ଗହ୍ୱରରେ ନିମଜ୍ଜିତ ରହିଲ । ଏକଦା ତୁମେ ଲୌହ ଶୃଙ୍ଖଳ ଏବଂ ବନ୍ଧନ ରଜ୍ଜୁରେ ଆବଦ୍ଧ ଥିଲ, ଅନ୍ୟ ଏକ ସମୟରେ ତୁମଙ୍କୁ ତୁମ ଶତ୍ରୁର ଖଡ଼୍ଗ ଉୋଳନରେ ଭୀତତ୍ରସ୍ତ କରାଯାଇଥିଲା । ତଥାପି ସେହି ସର୍ବ-ଜ୍ଞାତା ଏବଂ ସର୍ବ-ବିଜ୍ଞଙ୍କ ଦ୍ୱାରା ତୁମ ପ୍ରତି ବିହିତ ବିଧାନକୁ ପାଳନ କରିବା ପାଇଁ ତୁମେ ସମସ୍ତ ମନୁଷ୍ୟଙ୍କୁ ର୍ନିେଶ ଦେଇଛ । 

ତୁମେ ଭୋଗ କରିଥିବା ଯବଣାରେ ମୋର ଆତ୍ମାହୂତି ହେଉ ।  ତୁମେ ସହ୍ୟ କରିଥିବା ସମସ୍ତ ର୍ଦୁଶା ପାଇଁ ମୋର ଆତ୍ମା ମୁକ୍ତି- ମୂଲ୍ୟ ସ୍ୱରୂପ ହେଉ । ତୁମେ ଏବଂ ତୁମ ମୁଖମଳର ଆଲୋକରେ  ଦୀପ୍ତିମନ୍ତ ମୁଖ ଧାରଣ କରିଥିବା ମାନବଗଣ ତଥା ଯେଉଁମାନେ ତୁମ ପ୍ରେମ ପାଇଁ ସେମାନଙ୍କ ପ୍ରତି ର୍ନିେଶିତ ସମସ୍ତ ଆଦେଶକୁ ପାଳନ କରିଛନ୍ତି, ସେହିମାନଙ୍କ ଦ୍ୱାହି ଦେଇ ମୁଁ ତୁମଙ୍କୁ ପ୍ରାର୍ଥନା କରେ କି, ତୁମେ ଓ ତୁମର ସୃଷ୍ଟ ପ୍ରାଣୀମାନଙ୍କ ମଧ୍ୟରେ ଥିବା ପରଦାକୁ ଅନ୍ତର୍ହିତ କରିଦିଅ ଏବଂ ମୋତେ ଏହି ଜଗତ ଓ ଆଗାମୀ ଜଗତରେ ସମୃଦ୍ଧି ପ୍ରଦାନ କର । ବାସ୍ତବରେ ତୁମେ ହିଁ ସର୍ବଶକ୍ତିମାନ୍, ସ୧ୁନ୍ନତ, ସର୍ବମହିମାନ୍ୱିତ, ଚିରକ୍ଷମାଶୀଳ ଏବଂ ସର୍ବକରୁଣାମୟ । 

ହେ ପ୍ରଭୁ ! ହେ ମୋର ଈଶ୍ୱର, ତୁମର ସର୍ବୋକ୍ରୃଷ୍ଟ ଉପାଧି ସବୁ ଭୂଷିତ ହୋଇ ରହିଥିବା ପର୍ଯ୍ୟନ୍ତ ଏବଂ ତୁମର ମହାନ୍ ପବିତ୍ରଗୁଣ ନିଃଶେଷ ନ ହେବା ପର୍ଯ୍ୟନ୍ତ ତୁମେ ଏହି ସ୍ୱର୍ଗୀୟ କଳ୍ପବୃକ୍ଷ, ତାହାର ପତ୍ର, କା, ଶାଖା, ପ୍ରଶାଖା ତଥା ଅଙ୍କୁରଗୁଡ଼ିକୁ ଆଶୀର୍ବାଦ କର । ଆକ୍ରମଣକାରୀର କୁ-ଚକ୍ରାନ୍ତରୁ ଏବଂ ଅତ୍ୟାଚାରୀମାନଙ୍କର ଦୁବୃିରୁ ଏହାକୁ ରକ୍ଷାକର । ବାସ୍ତବରେ ତୁମେ ହିଁ ସର୍ବଶକ୍ତିମାନ୍, ସର୍ବକ୍ଷମତାଶାଳୀ । ହେ ପ୍ରଭୁ, ହେ ମୋର ଈଶ୍ୱର ତୁମର ସାନ୍ନିଧ୍ୟ ଲାଭ କରିଥିବା ସେବକ ସେବିକାମାନଙ୍କୁ ତୁମେ ଆଶୀର୍ବାଦ କର । ସତ୍ୟତଃ, ତୁମେ ହେଉଛ ସବୁଠାରୁ ଉଦାର, ଯାହାଙ୍କର ଅନୁଗ୍ରହ ଅପରିସୀମ ତୁମ ବ୍ୟତୀତ ଆଉ ଅନ୍ୟ କେହି ଈଶ୍ୱର ନାହାଁନ୍ତି । ତୁମେ ହିଁ ସଦା-କ୍ଷମାଶୀଳ ଓ ସର୍ବ-ବଦାନ୍ୟ ।

-Bahá'u'lláh
-----------------------

